Rourkela One

Rourkela One ଗଠନ ମୂଳକ ଆଲୋଚନା କରି ରାଉରକେଲା ଉନ୍ନତି ରେ ସହଭାଗିତା କରିବା ହେଉଛି ଆମର ମୂଳ ଲକ୍ଷ୍ୟ ।

ଆଧୁନିକ ଓଡ଼ିଶାର ନିର୍ମାତା, ଅପ୍ରତିଦ୍ଵନ୍ଦୀ ନେତା, ଓଡ଼ିଶାର ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପ...
16/10/2025

ଆଧୁନିକ ଓଡ଼ିଶାର ନିର୍ମାତା, ଅପ୍ରତିଦ୍ଵନ୍ଦୀ ନେତା, ଓଡ଼ିଶାର ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ତାଙ୍କ ଜନ୍ମଦିନରେ ରାଉରକେଲା ୱାନ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା ।

ରଘୁନାଥପାଲି ବିଧାୟକ ମାନ୍ୟବର ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲା DIGP ୱେଷ୍ଟର୍ଣ୍ଣ ରେଞ୍ଜ ଅଫିସ୍ ସେକ୍ଟର -5 ରେ ଏକ ସ୍ବାସ୍...
15/10/2025

ରଘୁନାଥପାଲି ବିଧାୟକ ମାନ୍ୟବର ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲା DIGP ୱେଷ୍ଟର୍ଣ୍ଣ ରେଞ୍ଜ ଅଫିସ୍ ସେକ୍ଟର -5 ରେ ଏକ ସ୍ବାସ୍ଥ୍ୟ ଚେକଅପ୍ କ୍ୟାମ୍ପ ଆୟୋଜନ କରାଯାଇଥିଲା । ମାନ୍ୟବର ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ଅନୁପସ୍ଥିତି ରେ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ତନ୍ତୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ କରିଥିଲେ ।


Share and Stay Updated

ଭରତ ଚନ୍ଦ୍ର ବାଇ, ବୟସ ୬୩, ପେଶାରେ ଜଣେ ଛୋଟ କପଡ଼ା ବ୍ୟବସାୟୀ ( ପୂର୍ବରୁ ବିଭିନ୍ନ କର୍ପୋରେଟ ରେ ଚାକିରି କରି ସ୍ୱେଚ୍ଛାକୃତ ଭାବେ ଅବସର ନେଇ...
14/10/2025

ଭରତ ଚନ୍ଦ୍ର ବାଇ, ବୟସ ୬୩, ପେଶାରେ ଜଣେ ଛୋଟ କପଡ଼ା ବ୍ୟବସାୟୀ ( ପୂର୍ବରୁ ବିଭିନ୍ନ କର୍ପୋରେଟ ରେ ଚାକିରି କରି ସ୍ୱେଚ୍ଛାକୃତ ଭାବେ ଅବସର ନେଇ ସାରିଛନ୍ତି ) । ୨୦୨୩ ମସିହାରେ, ଭରତ ବାଇ ନିଜ ଗାଁ କୁ ଯାଇଥିବା ସମୟରେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଏକ ନିଃସହାୟ ଦମ୍ପତିଙ୍କୁ ଭେଟନ୍ତି, ଯାହାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥାଏ । ନିଃସହାୟ ଦମ୍ପତିଙ୍କ ଜୀବନଯାପନ ର ସ୍ଥିତିକୁ ଉନ୍ନତ କରିବାକୁ ସଂକଳ୍ପବଦ୍ଧ ହୋଇ ଭରତ ମାତ୍ର ଦଶ ଦିନ ମଧ୍ୟରେ ସେମାନଙ୍କ ପାଇଁ ଏକ ଘର ଟିଏ ନିର୍ମାଣ କରନ୍ତି । ୟା ପରଠୁ ଭରତ ଆଉ ଅଟକି ନାହାନ୍ତି, ଫଳସ୍ୱରୂପ ସେ ସୁନ୍ଦରଗଡ଼ ଜିଲ୍ଲାରେ ୪ ଟି, କେନ୍ଦ୍ରାପଡ଼ାରେ ୧୦ ଟି ଏବଂ ଯାଜପୁର ଜିଲ୍ଲାରେ ୨୫ ଟି ସମେତ ୩୯ ଟି ଘର ତିଆରି କରି ଗରିବ ଅସହାୟ ଙ୍କୁ ମାଗଣାରେ ବାଣ୍ଟି ସାରିଛନ୍ତି । ତାଙ୍କର ଲକ୍ଷ୍ୟ ଫେବୃଆରୀ ୨୦୨୬ ସୁଦ୍ଧା ୫୦ ଟି ଘର ନିର୍ମାଣ କରିବା, ଏବଂ ଏହା ହେବା ପାଇଁ ଆଉ ୧୧ ଟି ଘର ନିର୍ମାଣର ଆବଶ୍ୟକ ରହିଛି ।

ପ୍ରତ୍ୟେକ ଘରର ମାପ ୧୦ ଫୁଟ ଓସାର ରେ ୧୨ ଫୁଟ ଲମ୍ବ, ଯେଉଁଥିରେ ୩ ଫୁଟ ସମ୍ମୁଖ ବାରଣ୍ଡା, ଗୋଟିଏ ଦ୍ୱାର, ଗୋଟିଏ ଝରକା ଏବଂ ଦୁଇଟି ସ୍କାଏଲାଇଟ୍ ରହିଛି । ପ୍ରତି ଘରର ହାରାହାରି ଖର୍ଚ୍ଚ ପ୍ରାୟ ₹୯୦,୦୦୦ । ଏହି ଘର ଗୁଡ଼ିକ, ନିଜେ ଚାକିରି କାଳ ସମୟରେ କରିଥିବା ସଞ୍ଚୟ କୁ ବିନିଯୋଗ କରି ସେ କରିପାରିଛନ୍ତି । ଯାହାବି ସଞ୍ଚୟ ଥିଲା ସରିଯିବା ପରେ ଅଧିକ ଘର ନିର୍ମାଣ କରିବା ପାଇଁ, ନିଜର କିଛି ଅବ୍ୟବହୃତ ଜମି ବିକ୍ରି କରିବାକୁ ଯୋଜନା କରୁଛନ୍ତି ।

ଭରତ ଏହି ଘରଗୁଡ଼ିକୁ ମହାନ ସମାଜସେବୀ ଗୋପବନ୍ଧୁ ଓ ପାର୍ବତୀ ଗିରୀଙ୍କ ନାମ ଅନୁସାରେ "ଗୋପବନ୍ଧୁ କୁଟୀର" ଏବଂ "ପାର୍ବତୀ ଗିରି କୁଟୀର" ନାମ ରଖିଛନ୍ତି ।


Share and Stay Updated

ରାଉରକେଲାର ବିକାଶ ପ୍ରତି ଓଡ଼ିଶା ସରକାରଙ୍କ ଉଦାସୀନତା, ବିଭିନ୍ନ ପ୍ରକାରର ମିଛ ପ୍ରତିଶ୍ରୁତି ଓ ରାଉରକେଲାକୁ ସ୍ଵତନ୍ତ୍ର ଜିଲ୍ଲା ତଥା ଅନ୍ୟାନ...
12/10/2025

ରାଉରକେଲାର ବିକାଶ ପ୍ରତି ଓଡ଼ିଶା ସରକାରଙ୍କ ଉଦାସୀନତା, ବିଭିନ୍ନ ପ୍ରକାରର ମିଛ ପ୍ରତିଶ୍ରୁତି ଓ ରାଉରକେଲାକୁ ସ୍ଵତନ୍ତ୍ର ଜିଲ୍ଲା ତଥା ଅନ୍ୟାନ୍ୟ ଦାବିନେଇ ଗତକାଲି ରାଉରକେଲାର ବିଭିନ୍ନ ସଂଗଠନର ଶହ ଶହ ସଦସ୍ୟ ବିଶ୍ରା ଛକ ଠାରେ ଏକତ୍ରିତ ହୋଇଥିଲେ ।

Share and Stay Updated

Should India win the second Test against West Indies ?
12/10/2025

Should India win the second Test against West Indies ?

ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ ଓ ରାଉରକେଲା ର ହେଭିୱେଟ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଦିଲୀପ ରାୟ ମହୋଦୟ ଗତ ମାର୍ଚ୍ଚ ମା...
12/10/2025

ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ ଓ ରାଉରକେଲା ର ହେଭିୱେଟ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଦିଲୀପ ରାୟ ମହୋଦୟ ଗତ ମାର୍ଚ୍ଚ ମାସରେ, ରାଉରକେଲାରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ମଞ୍ଚରେ ବସି ବେଦବ୍ୟାସ ଝୁଲା ପୋଲର କାମ #ମେ ମାସ ରେ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ, କିନ୍ତୁ ମେ ମାସ ଯାଇ ଅକ୍ଟୋବର ମାସ ହେଲା କିନ୍ତୁ ଝୁଲା ପୋଲ ଏବେବି ଝୁଲୁଛି । ଦେଖାଯାଉ ଝୁଲା ପୋଲ କେବେ ହେଉଛି ।


Share and Stay Updated

11/10/2025

ଝାଡଖଣ୍ଡ ସୀମାନ୍ତ, ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଦୁଇ ଦୁଇଟି IED blast ଘଟଣାରେ ରେ ଦୁଇ ଯବାନ ଗୁରୁତର ଜଣେ ଯବାନ ସହୀଦ । ପ୍ରାଥମିକ ପର୍ଯ୍ୟାୟରେ ତିନି ଗୁରୁତର ଯବାନଙ୍କୁ ରାଉରକେଲା ଇସ୍ପାତ ସୁପର ସ୍ପେସାଲୀଟି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ କନେଷ୍ଟବଳ ମହେନ୍ଦର୍ ଲକ୍ସର୍ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା l ସହିଦ ଯବାନ କନେଷ୍ଟବଳ ମହେନ୍ଦର୍ ଲକ୍ସର୍ ଙ୍କ ଘର ଆସାମ ର ନଗାଓଁ ବୋଲି ଜଣା ପଡିଛି l ସହିଦଙ୍କ ମର ଶରୀରକୁ ଆଜି ଭୋର ସମୟରେ ରାଞ୍ଚି କୁ ସ୍ଥାନାନ୍ତର କରାଯାଇଥିବା ବେଳେ, ରାଞ୍ଚିରେ ଗାର୍ଡ ଅଫ ଅର୍ନର ଦିଆଯିବା ପରେ ତାଙ୍କ ପୈତୃକ ଗାଁ ଆସାମକୁ ପଠାଇ ଦିଆଯିବ ଓ ସେଠାରେ ଆନ୍ତେଷ୍ଟି କ୍ରିୟା କରାଯିବ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଇନ୍ସପେକ୍ଟର କୌଶଳ କୁମାର ମିଶ୍ର, ASI ରାମକୃଷ୍ଣ ଗଗରାଇ ଙ୍କ ରାଉରକେଲା ଇସ୍ପାତ ସୁପର ସ୍ପେଶାଲିଟି ରେ ଚିକିତ୍ସା କରାଯାଉଥିବା ବେଳେ ଉଭୟ ଗୁରୁତରଙ୍କୁ ଦିନ 11 ଟା ରେ ରାଞ୍ଚିକୁ ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ରହିଛି ।


Share & Stay Updated

ଗତ କାଲି ଝାଡଖଣ୍ଡ ଜରେଇକେଲା ସରଣ୍ଡା ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ...
11/10/2025

ଗତ କାଲି ଝାଡଖଣ୍ଡ ଜରେଇକେଲା ସରଣ୍ଡା ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ହୋଇଥିଲା ଗୁଳିବିନିମୟ । କନେଷ୍ଟବଳ ମହେନ୍ଦର୍ ଲକ୍ସର୍ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା l For Details News : https://youtu.be/BwtBWh_2T-Y

ଆଜି ଅପରାହ୍ନ ରେ ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲରେ  ସର୍ଚ୍ଚ ଅପରେସନ  ଚାଲିଥିବା ବେଳେ ସୁରକ୍ଷା କର୍ମୀ ସହ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗ...
10/10/2025

ଆଜି ଅପରାହ୍ନ ରେ ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀ ସହ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଆଉ ମାଓବାଦୀ ପୋତିଥିବା IED ହୋଇଥିଲା blast ହୋଇଥିଲା। ପ୍ରଥମ IED blast ରେ CRPF 60 ବାଟାଲିଅନ୍ ର ସୁରକ୍ଷା କର୍ମୀ ଇନ୍ସପେକ୍ଟର କୌଶଳ କୁମାର ମିଶ୍ର ଗୁରୁତର ହେବା ପରେ ଦ୍ୱିତୀୟ IED blast ରେ ରାମକୃଷ୍ଣ ଗାଗରାଇ ସହ ମନୋଜ କୁମାର ଗୁରୁତର । ASI ରାମକୃଷ୍ଣ ଗାଗରାଇଙ୍କ ସହ କନେଷ୍ଟବଳ ମନୋଜ କୁମାର ଦେହରେ ଗୁଳି ମଧ୍ୟ ବାଜିଛି । ଏବେ ମଧ୍ୟ ସରଣ୍ଡା ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।


Share & Stay Updated

10/10/2025

Sector-17 Laxmi Puja, Rourkela

Share & Stay Updated

ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ହାତରେ ଧରା ପଡ଼ିଲା କୁଖ୍ୟାତ ବାଇକ୍ ଚୋର । ୯ଟି ବିଭିନ୍ନ କମ୍ପାନୀ ର ବାଇକ୍ ଜବତ ।  Share & Stay Update...
10/10/2025

ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ହାତରେ ଧରା ପଡ଼ିଲା କୁଖ୍ୟାତ ବାଇକ୍ ଚୋର । ୯ଟି ବିଭିନ୍ନ କମ୍ପାନୀ ର ବାଇକ୍ ଜବତ ।


Share & Stay Updated

Address

Chhend
Rourkela
769015

Website

Alerts

Be the first to know and let us send you an email when Rourkela One posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rourkela One:

Share